ଜ୍ଞାନ ଅବା ବାଧ୍ୟତା

                                                    ପଠନ : ୨ ପିତର ୧: ୫-୧୨

         ଆମ୍ଭର ଧାର୍ମିକ ଦାସ ଆପଣାର ଜ୍ଞାନ ଦ୍ଵାରା ଅନେକଙ୍କୁ ଧାର୍ମିକ କରିବେ (ଯୀଶା ୫୩:୧୧)

                 ଆଉ ଅଧିକ ପ୍ରତ୍ୟାଦେଶ ନୁହେଁ, କିନ୍ତୁ ପ୍ରକାଶିତ ବିଷୟର ବାଧ୍ୟ ହେବା ହିଁ ଆଜିର ଆବଶ୍ୟକତା ଏହି ପିଢିର ଲୋକମାନେ ଯେତେ ସଂଖ୍ୟକ ଅଧ୍ୟୟନ ବାଇବଲ ଓ ଅଧ୍ୟୟନ ସାମଗ୍ରୀ ପାଇପାରୁଛନ୍ତି, ପୂର୍ବେ କେହି ଏପରି ଭାବେ ପାଇ ନ ଥିଲେ ଅସଂଖ୍ୟକ ବାଇବଲ ସଫ୍ଟୱେର ଓ ଅଧ୍ୟୟନ ସେମିନାରଗୁଡିକର ସହାୟତାରେ ବାଇବଲ ଜ୍ଞାନରେ ଆମେ ଆମ ପୂର୍ବ ପିଢିର ଲୋକଙ୍କ ଅପେକ୍ଷା ଯଥେଷ୍ଟ ଆଗୁଆ ରହିଛୁ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ସେବା ସମିତିରେ ଯୋଗଦେବାକୁ ଆମେ “ଏଣେତେଣେ” ଧାଉଛୁ । (ଦାନି ୧୨:୪ )। କିନ୍ତୁ ଏହାର ମୂଳରେ ଯେଉଁ ଅଭିପ୍ରାୟ ରହିଛି ତାହା ବାଧ୍ୟ ହେବ ପାଇଁ ଇଚ୍ଛା ନୁହେଁ ବରଂ ଜ୍ଞାନର ପିପାସା ଏହି ପାପ ଆମ ଆଦି ପିତାମାତା ମଧ୍ୟ କରିଥିଲେ ସେମାନେ ଈଶ୍ଵରଙ୍କ ଛାମୁରେ ବାଧ୍ୟତାରେ ଆଚରଣ କରିବା ଅପେକ୍ଷା ଅଧିକ ଜ୍ଞାନ ଆହରଣ କରିବାରେ ଆଗ୍ରହୀ ଥିଲେ । ତେଣୁ ସେମାନେ ସଦସତ ଜ୍ଞାନଦାୟକ ବୃକ୍ଷର ଫଳ ଖାଇଲେ ।  

                        ଈଶ୍ଵର ଜ୍ଞାନ ଆହରଣର ବିରଧି ନୁହନ୍ତି । ବରଂ ସେ ହିଁ ସମସ୍ତ ଜ୍ଞାନ ଓ ବୁଦ୍ଧିର ଉତ୍ସ ଅଟନ୍ତି । କିନ୍ତୁ ଜ୍ଞାନ ଆମ ଉପରେ ଏକ ବିରାଟ ଦାୟିତ୍ଵବୋଧ ଆଣିଦେଇଥାଏ । ପ୍ରେରିତ ପିତର ଯଥାର୍ଥରେ ଆମ୍ଭମାନଙ୍କୁ ପରାମର୍ଶ ଦେଇ କହନ୍ତି,”ଜ୍ଞାନ ସହିତ ସଂଯମ ଯୋଗ କର” । କାରଣ ଏହା ନ କଲେ ଆମେ “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀସ୍ତଙ୍କ ନିମନ୍ତେ ଶିଥିଳ ଓ ଫଳଶୂନ୍ୟ” ହୋଇଯିବୁ ।   (୨ ପିତର ୧:୬,୮ )। ଆମେ ସମସ୍ତେ ବାଇବଲ କୁ ଅଧିକ ଜାଣୁ ବୋଲି ଗର୍ବ କରିଥାଉ । ବର୍ତ୍ତମାନ ଚିନ୍ତା କରିବାର ସମୟ ଆମେ କେଉଁ ପରିମାଣରେ ବାଇବଲର ବାଧ୍ୟ ଅଟୁ । ପ୍ରେରିତ ଯାକୁବ ତାହାଙ୍କ ବାସ୍ତବତା ଉପରେ ଆଧାରିତ ପତ୍ରର ଏକ ବିଶେଷ ଆହ୍ବାନ ଦେଇଛନ୍ତି , “ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ସେ ଜ୍ଞାନ ସଙ୍ଗତ ନମ୍ରତା ସହ ସଦାଚରଣ ଦ୍ଵାରା ଆପଣ କର୍ମ ପ୍ରକାଶ କରୁ” । (ଯାକୁବ ୩:୧୩ )

                        ଭାବବାଣୀ ଗୁଡିକୁ ଅଧ୍ୟୟନ କରିବା ପାଇଁ ଆଜିକାଲି ନୂତନ ଆଗ୍ରହ ପାଉଛି । ଏହା ନିଶ୍ଚେ ଉପୋଯୋଗୀ । କିନ୍ତୁ ଭାବବାଣୀ ଅଧ୍ୟୟନ ଦ୍ଵାରା ଯଦି `ଭାବବାଣୀର ବାର୍ତ୍ତା ଅର୍ଥାତ “ଯୀଶୁଙ୍କ ବିଷୟକ ସାକ୍ଷ୍ୟ” (ପ୍ରକା ୧୯: ୧୦ଗ) ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିବା ଦିଗରେ ଆମେ ଚାଳିତ ହୋଇ ନ ପାରିଲୁ ତେବେ ସେଥିରେ କି ଲାଭ ? ଶିଷ୍ୟମାନଙ୍କ ପ୍ରତି ପୁନରଥିତ ପ୍ରଭୁଙ୍କ ମୃଦୁ ଭର୍ତ୍ସନା ଥିଲା, “ରାଜ୍ୟର ପୁନଃସ୍ଥାପନ ସମୟ ତୁମ୍ଭମାନଙ୍କ ଜାଣିବା ବିଷୟ ନୁହେଁ, ତୁମ୍ଭମାନଙ୍କର କର୍ତ୍ତବ୍ୟ ରାଜ୍ୟ ବୃଦ୍ଧି ନିମନ୍ତେ କାର୍ଯ୍ୟ କରିବା” (ପ୍ରେରିତ ୧:୬-୮ ସରଳ ଅନୁବାଦ) । ଯୀଶୁଙ୍କ ସମ୍ବନ୍ଧିତ ଭାବବାଣୀ ସାକ୍ଷ୍ୟ ଥିଲା ସେ ତାହାଙ୍କ ଜ୍ଞାନ ଦ୍ବାରା ଅନେକଙ୍କୁ ଧାର୍ମିକ କରିବେ (ଯିଶ। ୫୩:୧୧ ଖ)। ସେଥିପାଇଁ ସେ ଜ୍ଞାନ ଓ ବୁଦ୍ଧିର ଆତ୍ମରେ ଅଭିଷିକ୍ତ ହୋଇଥିଲେ (ଯିଶ। ୫୩: ୨)। ପକ୍ଷାନ୍ତରେ ତାହାଙ୍କ ସମୟର ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ ଜ୍ଞାନର କଞ୍ଚି ହରଣ କରି ନିଜେ ପ୍ରବେଶ ନ କରିବା କିମ୍ବା ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ପ୍ରବେଶ କରାଇ ନ ଦେବା ଦୋଷରେ ଦୋଷୀ ଥିଲେ (ଲୂକ ୧୧:୫୨)। ଆମ୍ଭମାନଙ୍କ ସାକ୍ଷ୍ୟଦାନ ଆମ୍ଭମାନଙ୍କ ଜ୍ଞାନ ସଙ୍ଗେ ସମାନ ଅନୁପାତରେ ଅଛି କି ?

ବାଧ୍ୟତା ଦିଗରେ ଚାଳିତ ନ କରୁଥିବା ଜ୍ଞାନ ଆମକୁ ଅହଂକାରରେ ପରିପୂର୍ଣ୍ଣ କରେ !!!

ଧନ୍ୟବାଦ

ମଙ୍ଗଳମୟ ଈଶ୍ଵର ଆପଣଙ୍କୁ ଆଶୀର୍ବାଦ କରନ୍ତୁ !!!!

=============================================================

English

Knowledge or Obedience

Read 2 Peter 1: 5-12

"My righteous servant will make many righteous by his wisdom" (Isaiah 53:11).

                 "It simply came to our notice then. No one has ever received as many Bibles and study materials as this generation has. With the help of numerous Bible software and study seminars, we are far ahead of our generation in Bible knowledge. We are looking forward to joining the various service committees for the advancement of knowledge (Dan. 12: 6). But the idea behind it is not a desire to be forced, but a thirst for knowledge. This sin was also committed by our original parents. They were more interested in gaining knowledge than in obeying God. So they ate the fruit of the tree of knowledge.

God is not limited to knowledge. Rather, he is the source of all knowledge and wisdom. But knowledge brings us a great responsibility. The apostle Peter counsels us rightly, “Add moderation to wisdom”. Otherwise, we will become "sluggish and fruitless for our Lord Jesus Christ." (2 Peter 1: 6, 7). We are all proud to know the Bible better. Now is the time to think about how much we are obliged to the Bible. The apostle James made a special call to the letter based on his reality, “Who is wise and understanding among you? He is the one who does good deeds with humility and wisdom. ” (James 3:13).

There is a renewed interest in the study of prophecy today. It must be useful. But what good is it if we are not motivated by the prophetic study of the prophetic message, that is, the "testimony of Jesus" (Acts 14:10)? The Lord's mild rebuke to the disciples was, "It is not for you to know the time for the restoration of the kingdom, but for your duty to increase the kingdom" (Acts 1: 6-8). The prophetic testimony of Jesus testified that he would justify many by his knowledge (Isa. 53:11). That is why he was anointed with the spirit of wisdom and understanding (Isa. 53: 2). In the end, the scribes were guilty of not knowingly entering into or entering into the possession of those who wished to enter (Luke 11:52). Is our testimony the same as our knowledge?


The knowledge that does not move in the direction of compulsion fills us with pride !!!

Thank you.

May God Bless You !!!!